ମୁଖ୍ୟମନ୍ତ୍ରୀ ମୋହନ ମାଝି ୭୯ ତମ ସ୍ଵାଧୀନତା ଦିବସ ଅଭିଭାଷଣରେ ରାଜ୍ୟରେ ଆଉ ୨୧ ଟି ନୂଆ ଏନଏସି ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ୫୭ ଟି ନୂଆ ଏନଏସି ଓ ୬ ଟି ଏନଏସି କୁ ମ୍ଯୁନିସିପାଲିଟି କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏ ନେଇ କୌଣସି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରି ନ ଥିଲା ବିଜେଡି । ଏବେ ମୋହନ ସରକାର ୨୧ ଟି ନୂଆ ଏନଏସି ନେଇ ଘୋଷଣା କରିବା ପରେ କେଉଁ ଅଂଚଳ ଏହି ତାଲିକାରେ ରହିବେ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି । ତେବେ ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବୀରମହାରାଜପୁର, ବେତନଟୀ, ବାମରା, ବଙ୍ଗୋମୁଣ୍ଡା, ଖଇରା, ଉଲୁଣ୍ଡା, କାକଟପୁର ଓ ବୋଲଗଡ଼ ଭଳି ଅଞ୍ଚଳ ଏହି ତାଲିକାରେ ସ୍ଥାନ ପାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।